This browser does not support the video element.
ରେଢାଖୋଲ: ଭୀମ ଭୋଇ କଲେଜରେ ବିପର୍ୟ୍ୟୟ ପ୍ରଶମନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Rairakhol, Sambalpur | Aug 21, 2025
ସ୍ଥାନୀୟ ଭୀମ ଭୋଇ ମହାବିଦ୍ୟାଳୟରେ ଗୁରୁବାର ସକାଳେ ଏନଂ ଡିଂ ଆରଂ ଏଫ (National Disaster Response Force) ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ କଲେଜର ଅଧ୍ୟକ୍ଷ ଅମୂଲ୍ୟ କୃଷ୍ଣ ପାଢୀ ଅଧ୍ଯକ୍ଷତା କରିଥିଲେ । ଯୁବ ରେଡ କ୍ରସ ଉପଦେଷ୍ଟା ଅଞ୍ଜନ କୁମାର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କଲେଜର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଅରୁଣ କୁମାର ଶାସନୀ ବିପର୍ୟ୍ୟୟକୁ ସମ୍ମୁଖୀନ ହେବା ପାଇଁ ଉପଯୁକ୍ତ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ l