This browser does not support the video element.
ବଲାଙ୍ଗୀର: ସିଂନଖମନ ନିକଟରେ ମହିଳା ଉପରେ ସମ୍ପର୍କୀୟଙ୍କର ଟାଙ୍ଗିଆ ଆକ୍ରମଣ, ଭୀମ ଭୋଇ ମେଡିକାଲରେ ଭର୍ତ୍ତି
Balangir, Balangir | Aug 27, 2025
ବଲାଙ୍ଗୀର : ସିଂନଖମନ ନିକଟରେ ଏକ ଭୟାବହ ଆକ୍ରମଣ ଘଟଣା ଘଟିଛି । ଝାଡୁ ବିକ୍ରେତା ରୁବି ଦେବୀ ନାମକ ଜଣେ ମହିଳା ଙ୍କୁ ତାଙ୍କର ସମ୍ପର୍କୀୟ ମାନେ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ମିଳିଛି । ଆକ୍ରମଣ ଫଳରେ ରୁବି ଦେବୀ ଗୁରୁତର ହୋଇ ଲହୁଲୁହାଣ ଅବସ୍ଥାରେ ପଡିଥିଲେ । ପରେ ସ୍ୱାମୀ ଙ୍କ ସହଯୋଗରେ ତାଙ୍କୁ ଉଦ୍ଧାର କରି ଆଜି ରାତି 10ଟା ସମୟରେ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ସମ୍ପୂର୍ଣ୍ଣ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ୍ ।