This browser does not support the video element.
ଗୋବିନ୍ଦପୁର: ୨୫ ଅଗଷ୍ଟ ରୁ ୧୦ ସେପ୍ଟେମ୍ବର ମଧ୍ୟରେ ବିଭିନ୍ନ ଦିନ ରେ ବାତିଲ ରହିବ ରାଉରକେଲା ପୁରୀ ଏକ୍ସପ୍ରେସ ଟ୍ରେନ
Govindpur, Sambalpur | Aug 23, 2025
୨୪ ଅଗଷ୍ଟ ରୁ ୧୦ ସେପ୍ଟେମ୍ବର ମଧ୍ୟରେ ବିଭିନ୍ନ ଦିନ ରେ ବାତିଲ ରହିବ ବାମରା ଦେଇ ଯାଉଥିବା ରାଉରକେଲା ପୁରୀ ଏକ୍ସପ୍ରେସ ଟ୍ରେନ। ସୂଚନା ମୁତାବକ ଚକ୍ରଧରପୁର ରେଳ ଡିଭିଜନ ର ବିଭିନ୍ନ ସ୍ଥାନରେ ହେବା କୁ ଥିବା ଉନ୍ନୟନ କାର୍ଯ୍ୟ କୁ ନେଇ ଆସନ୍ତା ୨୪ ଅଗଷ୍ଟ ରୁ ୨ ସେପ୍ଟେମ୍ବର ମଧ୍ୟରେ ବାମରା ଦେଇ ଯାଉଥିବା ରାଉରକେଲା ପୁରୀ ଏକ୍ସପ୍ରେସ ଟ୍ରେନ ବାତିଲ ରହିବ। ଏହା ବ୍ୟତିତ ୪ ସେପ୍ଟେମ୍ବର ସମେତ ୮ ସେପ୍ଟେମ୍ବର ରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଉକ୍ତ ଟ୍ରେନ ବାତିଲ ରହିବ। ଏହାକୁ ନେଇ ଶନିବାର ସନ୍ଧ୍ୟା ୭ ଟା ସମୟରେ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।