This browser does not support the video element.
ଖଲ୍ଲିକୋଟ୍: ବଡ଼ ଘାଟି ନିକଟରେ ରେ ଦୁର୍ଘଟଣା; ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ, ୪ ଆହତ, ମେଡ଼ିକାଲରେ ଭର୍ତ୍ତି
Khalikote, Ganjam | Sep 8, 2025
ବଡ଼ ଘାଟି ନିକଟରେ ଆଜି ସନ୍ଧ୍ୟା ରେ ଘଟିଛି ଦୁର୍ଘଟଣା। ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୪ ଜଣ ଆହତ ହୋଇଛନ୍ତି। ବ୍ରହ୍ମପୁର ରୁ ୪ ଜଣ ବାଲୁଗାଁ କୁ ଭୋଜି ରୋଷେଇ କରିବାକୁ ଯାଇଥିଲେ। ଭୋଜି ରୋଷେଇ ସରିବା ପରେ ଆଜି ସନ୍ଧ୍ୟା ୫ ଟା ସମୟରେ ଏକ ଯାତ୍ରୀବାହୀ ଅଟୋ ଯୋଗେ ବାଲୁଗାଁ ରୁ ବ୍ରହ୍ମପୁର ଫେରୁଥିବା ବେଳେ ଖଲ୍ଲିକୋଟ ବଡ଼ ଘାଟି ନିକଟରେ ଭାରସାମ୍ୟ ହରାଇ ଅଟୋ ଟି ଓଲଟି ପଡିଥିଲା। ଫଳ ରେ ରୋଷେୟା ବିଘ୍ନେଶ୍ୱର ମହାପାତ୍ର, ମନୋଜ କୁମାର ଶତପଥୀ, ବି. ସୁରେନ୍ଦ୍ର ପାତ୍ର ଓ ଅନ୍ୟ ଜଣେ ରୋଷେୟା ଆହତ ହୋଇଥିଲେ।