This browser does not support the video element.
ସୋର: ଗଣ୍ଡସ୍ତପୁର ଗ୍ରାମରେ ଗଣେଷ ଠାକୁର ଭସାଣିରେ ଅଘଟଣ, ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ
Soro, Balasore | Aug 31, 2025
ସୋର ଥାନା ଗଣ୍ଡସ୍ତପୁର ଗ୍ରାମରେ ଗତକାଲି ରାତିରେ ଗଣେଶ ଠାକୁର ଭାଷାଣିରୁ ଫେରିବା ସମୟରେ ଜେନେରେଟରରୁ ବିଦ୍ୟୁତ ଆଘାତର ଶିକାର ହୋଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ହେଲେ ଗଣ୍ଡସ୍ତପୁର ଗ୍ରାମର ଅକ୍ଷୟ ନାୟକ। ଅକ୍ଷୟ ଗ୍ରାମରେ ଗଣେଶ ପୂଜା ଭାଷାଣି ଶୋଭା ଯାତ୍ରାରେ ଯାଇଥିଲେ। ସେଠାରୁ ଫେରିବା ପରେ ଗାଡ଼ିରେ ଥିବା ଜେନେରେ ଟରକୁ ବନ୍ଦ କରୁଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇ ଗୁରୁତର ଆହତ ହେବା ସହିତ ଅଚେତ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।