This browser does not support the video element.
ସତ୍ୟବାଦୀ: ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସତ୍ୟବାଦୀ ଗସ୍ତକୁ ନେଇ ତତ୍ପର ଜିଲ୍ଲା ପ୍ରଶାସନ
Satyabadi, Puri | Sep 25, 2024
ସତ୍ୟବାଦୀ ବ୍ଲକରେ ଗୁରୁବାର ରାଜ୍ୟ ସରକାରଙ୍କ ଶହେଦିନ ପୂର୍ତ୍ତି ସମାରୋହ ଆୟୋଜନ କରାଯାଇଛି। ସାକ୍ଷୀଗୋପାଳ କଲେଜ ପଡ଼ିଆରେ ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ମାନ୍ୟବର କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି ଆର ପାଟିଲ, ଉପ ମୂଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସହିତ ସାଂସଦ, ବିଧାୟକ ଓ ଭାଜପା ନେତୃମଣ୍ଡଳୀ ଯୋଗଦେଇ ଜନ ସଭାକୁ ସମ୍ବୋଧିତ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଜି ଅପରାହ୍ନ ୪ଟାରୁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି।