This browser does not support the video element.
ସୋନପୁର: ଗଡଜାତର ଐତିହାସୀକ ବଳୀଯାତ୍ରାର ସୁରେଶ୍ବରୀଙ୍କ ପୀଠରେ ଶେଷ ହୋଇଛି ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି
Sonapur, Subarnapur (Sonepur) | Oct 1, 2025
ସୁବର୍ଣ୍ଣପୁର-ସୋନପୁର ଗଡଜାତର ଐତିହାସୀକ ବଳୀଯାତ୍ରାର ମହାନବମୀ ତିଥିର ମହାବଳୀ ଯାତ୍ରା ପାଳିତ ହୋଇଯାଇଛି ।ଗତକାଲି ରାତ୍ରୀର ଦ୍ବୀତିୟ ପ୍ରହରରୁ ଆରମ୍ଭ ହୋଇଥିବା ଏହି ବଳୀଯାତ୍ରା ଆଜି ସକାଳ ପ୍ରାୟ ୮ ଟାରେ ଦେବୀ ମା ସୁରେଶ୍ବରୀଙ୍କ ପୀଠରେ ଶେଷ ହୋଇଛି ।ଗତକାଲି ନିଶାର୍ଦ୍ଧରେ ଦେବୀ ମା ଖମ୍ବେଶ୍ବରୀ ପୀଠରେ ଆରମ୍ଭ ହୋଇଥିଲା ମହାନବମୀ ବଳୀ ପର୍ବ ।ପ୍ରଥମ ପର୍ଯ୍ୟାୟରେ ଡାଂଗୁଆ ବଳୀ ଓ ଗାୟନ ବଳୀ କାର୍ଯ୍ୟ ସଂପନ୍ନ ହେବା ପରେ ମହାବଳୀ କାର୍ଯ୍ୟ ଆରମ୍ଭ ହୋଇଥିଲା ।ରାଜପୁରୋହିତ ତାନ୍ତ୍ରୀକ ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ବଳୀ କାର୍ଯ୍ୟ ସଂପାଦନ କରିଥିଲେ ।