This browser does not support the video element.
କବିସୂର୍ଯ୍ୟନଗର: ଢାମଣାଖୋଲ ରେ ପାରିବାରିକ କଳହରୁ, ଆକ୍ରମଣ ଅଭିଯୋଗ
Kabisuryanagar, Ganjam | Aug 10, 2025
ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦିଗାପଡା ପଂଚାୟତର ଢାମଣାଖୋଲ ଗ୍ରାମରେ ପାରିବାରିକ କଳହରୁ ଆକ୍ରମଣ ହୋଇଥିବା ନେଇ କୋଦଳା ଥାନାରେ ଅଭିଯୋଗ ହୋଇଛି । ସୂଚନା ପ୍ରକାରେ ଏହି ଗ୍ରାମର ଅମିନ ଦାଶ ଦାଣ୍ଡ ରେ ବସିଥିବା ବେଳେ ଅମିନର ମା ପୁନି ଦାଶ, ଭାଉଜ ମମତା ଦାଶ, ଦୁଇ ଭଉଣୀ ବନି ଦାଶ ଓ ରଶ୍ମିତା ଦାଶ ଆସି ଅମିନକୁ ଆକ୍ରମଣ କରିଥିଲେ । ପାଟି ଶୁଣି ଅମିନର ସ୍ତ୍ରୀ ସଂଜୁ ଦାଶ ଓ ଦୁଇ ପୁଅ ସାଇ ଦାଶ ଓ ଶଙ୍କର ଦାଶ ଆସି ଛଡାଇଵାକୁ ଯିବା ବେଳେ ଏମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏଥିରେ ଅମିନ ର ମୁଣ୍ଡରେ ଆଘାତ ଲାଗିବାରୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ ।