This browser does not support the video element.
ଆଠମଲ୍ଲିକ: କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଠାକୁରଗଡ଼ ଠାରେ ପଦ୍ମ ଧରିଲେ ବିଜେଡ଼ି ରାଜ୍ୟ ଯୁଗ୍ମ ସଂପାଦକ ପ୍ରକାଶ କୁମାର ଡାଙ୍ଗ
Athmallik, Angul | Apr 29, 2024
ସୋମବାର ଅପରାହ୍ନ ପ୍ରାୟ ଅଢେ଼ଇଟା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାକୁରଗଡ଼ ଗସ୍ତ ଅବସରରେ ବିଜେଡିର ରାଜ୍ୟ ଯୁଗ୍ମ ସଂପାଦକ ପ୍ରକାଶ କୁମାର ଡାଙ୍ଗ ତାଙ୍କର ଶତାଧିକ ସମର୍ଥକ ଙ୍କୁ ଧରି ବିଜେପି ରେ ଆନୁଷ୍ଠାନିକ ଭାବରେ ସାମିଲ୍ ହୋଇଥିବା ଜଣାଯାଇଛି । କେନ୍ଦ୍ରମନ୍ତ୍ରୀ ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳରେ ସାମିଲ କରେଇଥିବା ବେଳେ ବିଧାୟକ ପ୍ରାର୍ଥୀ ସଞ୍ଜିବ କୁମାର ସାହୁ, ବିଧାୟକ ରମେଶ ଚନ୍ଦ୍ର ସାଏ ଙ୍କ ସହ ବହୁ ଦଳୀୟ ନେତା ଏବଂ ହଜାର ହଜାର ଜନସାଧାରଣ ଉପସ୍ଥିତ ଥିଲେ ।