Download Now Banner

This browser does not support the video element.

ରାୟଗଡା: ଥୁଟିବର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

Rayagada, Rayagada | Jan 28, 2025
ମଙ୍ଗଳବାର ପୂର୍ବାହ୍ନରେ କାଶୀପୁର ବ୍ଲକର ଥୁଟିବର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ, ଡବ୍ଲୁଇଓ ଅକ୍ଷୟ ସାହୁ, ସ୍କୁଲ ସଭାପତି ଝିଜୁର ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୋରଖପୁର,ସାନମାଟିକଣା ଓ କୋଡିଗାଁ ସ୍କୁଲର ପ୍ରଧାନଶିକ୍ଷକ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us