This browser does not support the video element.
ସୋର: ଅନନ୍ତପୁର ଛକରୁ ଏକ ବେଆଇନ ବାଲି ବୋଝେଇ ଡମ୍ପରକୁ ଜବତ କଲା ସୋର ପୁଲିସ
Soro, Balasore | Sep 8, 2025
ସୋର ପୁଲିସ ପକ୍ଷରୁ ଅନନ୍ତପୁର ଛକରେ ଚଢ଼ାଉ କରି ଏକ ବେଆଇନ ବାଲି ବୋଝେଇ ଡମ୍ପରକୁ ଜବତ କରିଥିବା ଜଣା ପଡିଛି. ସୂଚନା ଅନୁସାରେ ସୋର ପୁଲିସ ପକ୍ଷରୁ ଆଜି ରାତିରେ ସୋରର ବିଭିନ୍ନ ସ୍ଥାନରେ ବ୍ଲକିଙ୍ଗ କରି ଗାଡି ମୋଟରକୁ ଯାଞ୍ଚ କରୁଥିଲେ. ଏହି ସମୟରେ ଏହି ବାଲି ବୋଝେଇ ଡମ୍ପର ଟି ବେଆଇନ ଭାବେ ବାଲି ବୋଝେଇ କରି ଚାଲାଣ କରୁଥିବା ଜାଣିପାରି ଡମ୍ପର ଟିକୁ ଜବତ କରି ଥାନାରେ ରଖିଥିବା ଜଣା ପଡିଛି। ଏ ବାବଦରେ ଥାନାରେ ଏକ ମାମଲା ରୁଜ୍ଜୁ କରି ସୋର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।