This browser does not support the video element.
ଦେବଗଡ: ଜିଲ୍ଲାରେ ବଜ୍ରପାତ ଓ ଝଡବର୍ଷା ସମ୍ଭାବନା ପାଇଁ ଆସନ୍ତା ୧୨ ତାରିଖ ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର
Debagarh, Debagarh (Deogarh) | Sep 7, 2025
ଉତର - ପୂର୍ବ ଆରୋବସାଗରରୁ ଉତର - ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ସହିତ ବଜ୍ରପାତ ଏବଂ ଝଡବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଦେବଗଡ ଜିଲ୍ଲାରେ ଆଜି ରବିବାର ଠାରୁ ଆସନ୍ତା ୧୨ ତାରିଖ ସକାଳ ପର୍ଯ୍ୟନ୍ତ ବଜ୍ରପାତ ଏବଂ ଝଡବର୍ଷା ସହିତ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଦେବଗଡ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡଘଡି ସହିତ ୩୦ ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବାରୁ ଆଜି ଠାରୁ ଆସନ୍ତା ୧୨ ତାରିଖ ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ହୋଇଛି ।