Download Now Banner

This browser does not support the video element.

କୋଟପାଡ: କେନ୍ଦୁଗୁଡା ଠାରେ ୮ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ଅସି ବର୍ଷୟ ବୃଦ୍ଧ

Kotpad, Koraput | Sep 12, 2025
ନିଖୋଜ ବୃଦ୍ଧଙ୍କ ଘରେ ବାହୁଡା଼ l ୮ ବର୍ଷ ପରେ ଘରକୁ ଫେରିଲେ ଅସି ବର୍ଷୟ ବୃଦ୍ଧ l  ଗାଁ ରେ ପହଂଚିବା ପରେ ବୃଦ୍ଧଙ୍କୁ ଗାଁ ମୁଣ୍ଡରେ ବନ୍ଦାପନା କରି ଘରକୁ ପାଛୋଟି ଆଣିଛନ୍ତି ଗାଁ ଲୋକେ l ଆଜି ସକାଳେ ଦଶଟା ବେଳେ ଏଭଳି ଚିତ୍ର ଦେଖିବାକୁ ମିଳିଛି କୁନ୍ଦୁରା ବ୍ଲକ ଅନ୍ତର୍ଗତ କେରିମିଟି ପଂଚାୟତ ର କେନ୍ଦୁଗୁଡା ଗାଁ ରେ l କୁନ୍ଦୁରା କେନ୍ଦୁଗୁଡା ଗାଁ ର ଅଗାଧୁ ସାନ୍ତା  ୮ ବର୍ଷ ପୂର୍ବେ  ୨ ପଇସା ଅଧିକ ରୋଜଗାର ଉଦେଶ୍ୟରେ କାହାକୁ କିଛି ନ କହି ଘରୁ କୁଆଡେ ପଳାଇ ଯାଇଥିଲେ । ପରିବାର ଓ ଗ୍ରାମବାସୀ ତାଙ୍କୁ ପ୍ରଥମେ ଆଖ ପାଖ ଗାଁ ରେ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇନଥିଲେ ।
Read More News
T & CPrivacy PolicyContact Us