Download Now Banner

This browser does not support the video element.

ଛତ୍ରପୁର: ଗଞ୍ଜାମରେ ବଜ୍ରପାତ ନେଲା ୩ ମହିଳାଙ୍କ ଜୀବନ, ସରଭୀମପୁର ଓ ରାଉଳିବନ୍ଧ ଗ୍ରାମରେ ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ

Chhatrapur, Ganjam | Aug 26, 2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ଓ ଗଞ୍ଜାମ ବ୍ଲକରେ ମଙ୍ଗଳବାର ଅପରାହ୍ନରେ ବଜ୍ରାଘାତ ରେ ୩ ଜଣ ମହିଳା ଙ୍କ ମୃତ୍ୟୁ ଘଟିଛି l ଛତ୍ରପୁର ବ୍ଲକ ଅନ୍ତର୍ଗତ ସରଭୀମପୁର ଗ୍ରାମରେ ବିଲରେ କାମ କରୁଥିବା ବେଳେ ହଠାତ ବିଜୁଳି ଘଡଘଡି ମାରିଥିଲା l ସେଥିରେ ଦୁଇ ଜଣ ମହିଳା ଙ୍କ ମୃତ୍ୟୁ ଘଟିଛି | ମୃତ ମହିଳା ଦ୍ବୟ ହେଲେ କୁନି ଗୌଡ଼ ଓ ନିରୁପମା ଗୌଡ଼ ।ସେମାନଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା l ସେହିପରି ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାଉଳିବନ୍ଧ ଗ୍ରାମରେ ବଜ୍ରାଘାତ ରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।
Read More News
T & CPrivacy PolicyContact Us