This browser does not support the video element.
ପୋଲସରା: ମା' ଭରାଣ୍ଡି ନୋଡାଲ ହାଇସ୍କୁଲରେ ୭୫ ତମ ବନ ମହୋତ୍ସବ ସପ୍ତାହ ପାଳିତ
Polasara, Ganjam | Jul 6, 2024
ମା'ଭରାଣ୍ଡି ନୋଡାଲ ହାଇସ୍କୁଲରେ ୭୫ତମ ବନ ମହୋତ୍ସବ ଓ ଚାରା ବଣ୍ଟନ କାର୍ଯକ୍ରମ।ପୋଲସରା ବ୍ଳକ ଅନ୍ତର୍ଗତ ମନ୍ଦାର ଗ୍ରାମର ମା'ଭରାଣ୍ଡି ନୋଡାଲ ହାଇସ୍କୁଲ ଠାରେ ୭୫ ତମ ବନ ମହୋତ୍ସବ ପାଳିତ ହେବା ସହିତ ଛାତ୍ରଛାତ୍ରୀମାନଙ୍କୁ ଚାରା ବଣ୍ଟନ କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଅଭିରାମ ବେହେରାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ଇକୋ କ୍ଲବ ତରଫରୁ ବନ ମହୋତ୍ସବ ଦିବା ୧୨ ଘଣ୍ଟାରେ ପାଳିତ ହୋଇଯାଇଛି।ଏଥିରେ ପୋଲସରା ବନାଞ୍ଚଳ ଅଧିକାରୀ ଅନିଲ କୁମାର ପଣ୍ଡା ମୁଖ୍ୟ ଅତିଥି ଏବଂ ସ୍ଥାନୀୟ ସରପଞ୍ଚ ପ୍ରତିନିଧି କାର୍ତ୍ତିକ ଜେନା,ସମିତି ସଭ୍ୟା ସୁଜାତା ନାୟକ ସମ୍ମାନିତ ଅତିଥି ଯୋଗଦେଲେ