This browser does not support the video element.
ବରଗଡ: ଅନିର୍ଦିଷ୍ଟ କାଳ ପାଇଁ ବରଗଡ଼ DRCS ଅଫିସରେ ପଡ଼ିଲା ତାଲା, ସଂଯୁକ୍ତ କୃଷକ ସଙ୍ଗଠନର ଚାଷୀ ମାନେ ପକାଇଲେ ତାଲା
Bargarh, Bargarh (Baragarh) | Sep 1, 2025
DRCS ଅଫିସରେ ପଡିଲା ତାଲା | ଓଡିଶାର ଭାତ ହାଣ୍ଡି ବରଗଡ଼ ଜିଲ୍ଲାରେ ଚାଷୀ ଅସନ୍ତୋଷ | ସରକାରଙ୍କ ଅବହେଳା ଓ ପ୍ରଶାସନର ଅବହେଳା ଯୋଗୁଁ ଚାଷୀ ହଇରାଣ ହେଉଥିବା ବେଳେ ସୋମବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ବରଗଡ଼ DRCS ଅଫିସରେ ତାଲା ମାରିଛନ୍ତି ସଂଯୁକ୍ତ କୃଷକ ସଂଗଠନର ଚାଷୀ | ଧାନ ପଞ୍ଜିକରଣ ଅବଧି ବଢାଇବା ପାଇଁ ସରକାରଙ୍କୁ ଦାବି କରୁଥିଲେ ଚାଷୀ | ବର୍ତମାନ ଚାଷୀଙ୍କ ଧାନ କାର୍ଡ ପଞ୍ଜିକରଣ ଅବଧି ସମାପ୍ତ ହୋଇଯାଇଥିବାରୁ ବହୁତ ଚାଷୀ ପଞ୍ଜିକରଣରୁ ବାଦ ପଡିଛନ୍ତି | ତେବେ ସରକାର ଓ ପ୍ରଶାସନ ଧ୍ୟାନ ନ ଦେବାରୁ ଚାଷୀ DRCS ଅଫିସ ରେ ତାଲା ମାରି ଆନ୍ଦୋଳନରେ ବସିଛନ୍ତି |