Download Now Banner

This browser does not support the video element.

ସୋନପୁର: ତରଭା ବ୍ଲକ କମସରାଠାରେ ଆରମ୍ଭ ହୋଇଯାଇଛି ମାଁ ଦୁର୍ଗାଙ୍କ ପୂଜା ଆରାଧନା ।

Sonapur, Subarnapur (Sonepur) | Sep 30, 2025
ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କମସରାଠାରେ ଆରମ୍ଭ ହୋଇଯାଇଛି ମାଁ ଦୁର୍ଗାଙ୍କ ପୂଜା ଆରାଧନା । ଗତକାଲି ସକାଳୁ ଐତିହାସିକ ଶୋଭା ବନ୍ଧରୁ କଲସରେ ଜଳ ଭର୍ତିକରି ନବ ପତ୍ରିକା ପୂଜା ପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରିବାସହ ପୂଜା ମଣ୍ଡପରେ ପହଂଚିଥିଲା । ପରେ ରିତିନିତି ଅନୁସାରେ ଆରମ୍ଭ ହୋଇଥିଲା ଜଗତ ଜନନୀଙ୍କ ସପ୍ତମୀ ପୂଜା । ସେହିଭଳି ସନ୍ଧ୍ୟାରେ ଭାଇ ଜୁଉଁନ୍ତିଆ ଓଷା ପାଇଁ ଗାଁର ସତାଧିକ ମହିଳା ଏକତ୍ରିତ ହୋଇ ଗତକାଲି ରାତି ପ୍ରାୟ ୨ଟା ଯାଏଁ ମାଁ ଦୁର୍ଗାଙ୍କ ପାଖରେ ପୂଜା କରିଥିଲେ ।ଆଜି ସକାଳ ୯ଟାରୁ ପୀଠରେ ଚଣ୍ଡି ଯଜ୍ଞ ସହ ଅଷ୍ଟମୀ ପୂଜା ଚାଲିଛି ।
Read More News
T & CPrivacy PolicyContact Us