Download Now Banner

This browser does not support the video element.

ଖଲ୍ଲିକୋଟ୍: ମା" ନାରାୟଣୀ ଛକରେ ଯାତ୍ରୀବାହୀ ଅଟୋ କୁ ଧକ୍କା ଦେଲା ଟ୍ରକ; ଅଟୋ ଡ୍ରାଇଭର ସମେତ ୫ ଜଣ ଆହତ, ମେଡ଼ିକାଲରେ ଭର୍ତ୍ତି

Khalikote, Ganjam | Sep 7, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ମା" ନାରାୟଣୀ ଛକରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ ଟା ସମୟରେ ରାସ୍ତା ପାର ହେଉଥିବା ଯାତ୍ରୀବାହୀ ଅଟୋ କୁ ଏକ ଟ୍ରକ ଧକ୍କା ଦେଇଥିବା ବେଳେ ଅଟୋ ରେ ଥିବା ଡ୍ରାଇଭରଙ୍କ ସମେତ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ । ଆହତ ମାନେ ହେଲେ ବାଦପଲ୍ଲୀ ପଞ୍ଚାୟତ ଅଂଚଳର ଅଟୋ ଡ୍ରାଇଭର ସୁଦାମ ଜାନି, ରବୀନ୍ଦ୍ର ଜାନି, ମେଗି ଜାନି, ଦେବାଶିଷ ଜାନି ଓ ପ୍ରିୟଙ୍କା ଜାନି ବୋଲି ଜଣା ପଡିଛି ।
Read More News
T & CPrivacy PolicyContact Us