This browser does not support the video element.
ଜୟପୁର: ଜୟପୁର ବ୍ଲକ ଅନ୍ତର୍ଗତ କେବିଡି ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ
Jeypore, Koraput | Sep 8, 2025
ଜୟପୁର ବ୍ଲକ ଅନ୍ତର୍ଗତ କେବିଡି ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଆଜି ଦିନ ୧୧ଟାରେ ଆରମ୍ଭ ହୋଇ ଅପରାହ୍ନ ୨ ଘଣ୍ଟା ସମୟରେ ଶେଷ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ଏବିିଡିଓ ମନୋଜ ନାୟକ, ପ୍ରୋଗ୍ରାମ ଆସିଷ୍ଟାଣ୍ଡ ସସ୍ମିତା ପରିଡା, ପିଇଓ ପ୍ରତିମା ଖରା , ସହ ଅନ୍ୟ ଲାଇନ ର ବ୍ଲକ ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀ ମାନେ ବିଭାଗର ଅଧିକାରି ମାନଙ୍କୁ ପାନୀୟ ଜଳ ସମସ୍ୟା, ରାସ୍ତା ଆଦି ଅଭିଯୋଗ କରିଥିଲେ ।