This browser does not support the video element.
ମାଲକାନଗିରି: ପାକାନାଗୁଡା ଗ୍ରାମର ଲକ୍ଷ୍ମଣ ଗୌଡ଼ ଘର ନିକଟରେ ଜଣଙ୍କ ତୀର ମାଡରେ ଗୁରୁତର ଆହତ
Malkangiri, Malkangiri | Sep 8, 2025
ମାଲକାନଗିରି ଥାନା ଅନ୍ତର୍ଗତ ନାୟକଗୁଡା ପଞ୍ଚାୟତ ପାକାନାଗୁଡା ଗ୍ରାମର ଲକ୍ଷ୍ମଣ ଗୌଡ଼ ନିଜ ଘରକୁ ଯାଉଥିବା ବେଳେ ଘର ନିକଟରେ ରହୁଥିବା ବିଶ୍ୱନାଥ ଗୌଡ଼ ହଟାତ ଏକ ଧନୁଶର ଦ୍ଵାରା ତାଙ୍କ ଉପରକୁ ତୀର ମାଡ କରିଥିଲେ। ତୀର ମାଡରେ ଲକ୍ଷ୍ମଣ ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ପାଣ୍ଡ୍ରିପାଣି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ଗ୍ରାମବାସୀ ଓ ପରିବାର ଲୋକେ। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଲକ୍ଷ୍ମଣଙ୍କ ଦେହରୁ ତୀର ବାହାର କରାଯାଇ ନପାରିବାରୁ ତାଙ୍କୁ କୋରାପୁଟ ପଠା ଯାଇଛି।