Download Now Banner

This browser does not support the video element.

ଗୋବିନ୍ଦପୁର: ଚାରିଚୁଆଁ ନର୍ସରୀ ନିକଟରେ କାର ଧକ୍କାରେ ବାଇକ୍ ଚାଳକ ଗୁରୁତର ଆହତ

Govindpur, Sambalpur | Sep 30, 2025
ବାମରା ବ୍ଲକ ଅନ୍ତର୍ଗତ ଚାରିଚୁଆଁ ଠାରେ କାର ଧକ୍କା ରେ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗଡପୋଷ ପଞ୍ଚାୟତ ଅନ୍ତର୍ଗତ ସାନ ଡୁମେରମୁଣ୍ଡା ଗ୍ରାମ ର କୁମରମଣି ପିଙ୍ଗ ଙ୍କ ପୁଅ ଦିପେଶ ପିଙ୍ଗ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ଏକ ବାଇକ୍ ଯୋଗେ ଗରଡେଗା ରୁ ନିଜ ଘର୍ କୁ ଫେରୁଥିବା ବେଳେ ଚାରିଚୁଆଁ ନର୍ସରୀ ନିକଟରେ ବିପରୀତ ଦିନ ରୁ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗି ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ।
Read More News
T & CPrivacy PolicyContact Us