This browser does not support the video element.
ଟିଟିଲାଗଡ: ପହଲଗାମ ଆତଙ୍କୀ ହମଲାକୁ ବିରୋଧ କରି ଟିଟିଲାଗଡ଼ ଠାରେ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ, ଉପସ୍ଥିତ ଥିଲେ ବିଧାୟକଙ୍କ ସହ ଜନସାଧାରଣ
Titlagarh, Balangir | Apr 26, 2025
ଜାମ୍ମୁ କାଶ୍ମୀର ର ପହଲଗାଁମ ଠାରେ ପାକିସ୍ତାନୀ ଆତଙ୍କବାଦୀ ଙ୍କ ଦ୍ବାରା ହୋଇଥିବା ନରସଂହାର ପ୍ରତିବାଦରେ ଆଜି ୧୨ ଟା ରେ ଟିଟିଲାଗଡ଼ ର ବିଭିନ୍ନ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ଙ୍କ ଦ୍ବାରା ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏଥିରେ ବିଧାୟକ ନବିନ ଜୈନ,ମୁନସିପାଲଟି ଅଧ୍ୟକ୍ଷା ମମତା ର୍ଜେନ ମଧ୍ୟ ସାମିଲ ହୋଇଥିଲେ।ଏହି ନରସଂହାର ବିରୋଧରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ କାର୍ଯାଳୟ ସମ୍ମୁଖରେ ଆତଙ୍କି ଙ୍କ କୁଶପୁତ୍ତଳିକା ଦାହ ସହ ଭାରତର ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ମଧ୍ୟ ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।