This browser does not support the video element.
ଧମା: ସୁବନପୁର ଗାଁରେ କୁଚିଆ ମଦ ବନ୍ଦ ଦାବି କଲେ ଗ୍ରାମବାସୀ
Dhama, Sambalpur | Sep 3, 2025
ଡକରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁବନପୁର ଗାଁ ରେ ଚାଲିଥିବା କୁଚିଆ ମଦ ବେପାରକୁ ତୁରନ୍ତ ବନ୍ଦ କରାଯିବା ଦାବିରେ ଆଜି ଗ୍ରାମବାସୀ ଧମା ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିଯୋଗନୁସାରେ, ଦୁଇ ୱାର୍ଡ ବିଶିଷ୍ଟ ସୁବନପୁର ଗାଁ ରେ ଛଅ ଜଣ କୁଚିଆ ମଦ ବେପାରୀ ଖୋଲାଖୋଲି ଭାବେ ମଦ ବିକ୍ରି କରୁଛନ୍ତି । ଯଦ୍ବାରା ଗାଁ ରେ ବିଭିନ୍ନ ସମୟରେ ବିଶୃଙ୍ଖଳା ଦେଖାଯାଉଥିବା ସହ ଯୁବ ପୀଢ଼ିଙ୍କ ଉପରେ ପ୍ରତି ପ୍ରତିକୂଳ ପ୍ରଭାବ ପକାଉଛି । ଗାଁ ଝିଅ-ବୋହୁଙ୍କ ଦାଣ୍ଡରେ ବାଟ ଚାଲିବା ମଧ୍ଯ କଷ୍ଟକର ହୋଇ ପଡୁଛି I