Download Now Banner

This browser does not support the video element.

ଖୋର୍ଦ୍ଧା: ଖୋର୍ଦ୍ଧା ସହର ବିପର୍ଯ୍ୟସ୍ତ ରାସ୍ତାଘାଟ ନେଇ ଛାତ୍ର କଂଗ୍ରେସର ପ୍ରତିବାଦ ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ରେ ଏନେଇ ଦାବିପତ୍ର

Khordha, Khordha | Sep 9, 2025
ଖୋର୍ଦ୍ଧା ସହର ରାସ୍ତାଘାଟ ବିପର୍ଯ୍ଯସ୍ତ ହୋଇପଡିଛି। ଆଗକୁ ପାର୍ବଣ ଋତୁପଲ୍ଲା ଛକ ମରଣାଜନ୍ତା ପାଲଟିଥିବା ବେଳେ ନୂଆ ବସଷ୍ଟାଣ୍ଡ, ଟିଏଲସି ରୋଡ, ଚଣ୍ଡିଚୁଆ ଛକ, ମେଡିକାଲ ରୋଡ, ପୁରୁଣା ବସଷ୍ଟାଣ୍ଡ, ମୁକୁନ୍ଦପ୍ରସାଦ ରାସ୍ତା ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ହୋଇପଡିଛି ବୋଲି ଅଭିଯୋଗ କରିଛି ଛାତ୍ର କଂଗ୍ରେସ। ଦୂର୍ଗାପୂଜା ପୂର୍ବରୁ ସହର ରାସ୍ତାଘାଟ ମରାମତି ପାଇଁ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶିବଲାଲ ସାହୁ ଙ୍କୁ ଦାବିପତ୍ର ଦେଇଛନ୍ତି। ସପ୍ତାହ ମଧ୍ୟରେ କରାନଗଲେ କାର୍ଯ୍ଯାଳୟ ଘେରାଉ କରାଯିବା ସହ ରାସ୍ତାରୋକ ଭଳି ଚରମ ପଦକ୍ଷପ ନେବ ବୋଲି ଛାତ୍ର କଂଗ୍ରେସ ନେତା କହିଛନ୍ତି।
Read More News
T & CPrivacy PolicyContact Us