This browser does not support the video element.
ବରଗଡ: ଜିଲ୍ଲାରେ ଚାଷୀଙ୍କ ସମସ୍ୟାକୁ ନେଇ ସର୍କିଟ ହାଉସ ଠାରେ ପ୍ରତିକ୍ରିୟା ରଖିଲେ ବରଗଡ ବିଧାୟକ
Bargarh, Bargarh (Baragarh) | Sep 12, 2025
ବରଗଡ଼ ଜିଲ୍ଲାରେ ଚାଷୀ ସମସ୍ୟାକୁ ନେଇ ଶୁକ୍ରବାର ଅପରାହ୍ନ 3 ଘଣ୍ଟା ସମୟରେ ସର୍କିଟ ହାଉସ ଠାରେ ପ୍ରତିକ୍ରିୟା ରଖିଲେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ | ପଞ୍ଜିକରଣ ବ୍ୟବସ୍ଥାରେ ଜିଲ୍ଲାର ଅନେକ ଚାଷୀ ବାଦ ପଡ଼ିଥିବା ଅଭିଯୋଗ ହେବା ପରେ ବିଧାୟକ ମାନେ ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଏନେଇ ପଞ୍ଜିକରଣ ତାରିଖ ମଧ୍ୟ ବଢ଼ା ଯାଇଥିଲା ତେବେ ଆହୁରି ଚାଷୀ ପଞ୍ଜିକରଣରୁ ବାଦ ପଡ଼ିଥିବା ବେଳେ ଗତକାଲି ସିଭିଲ ସପ୍ଲାଏର ଏମ.ଡି ଆସି ଜିଲ୍ଲାପାଳଙ୍କୁ ଚାଷୀଙ୍କ ଲିଷ୍ଟ ମାଗିଛନ୍ତି | ତେବେ ପ୍ରକୃତ ଚାଷୀ ବାଦ ପଡିବେ ନାହିଁ ବୋଲି ବିଧାୟକ ଜଣାଇଛନ୍ତି ।