This browser does not support the video element.
ଆଠମଲ୍ଲିକ: କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସମ୍ବଲପୁର ଠାରେ ପଦ୍ମ ଧରିଲେ ରଣିଆକଟା ର ସମିତି ସଭ୍ୟା ଏବଂ ପୁର୍ବତନ ସରପଞ୍ଚ
Athmallik, Angul | May 1, 2024
ବୁଧବାର ଅପରାହ୍ନ ପ୍ରାୟ ଚାରିଟା ସମୟରେ ସମ୍ବଲପୁର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଣିଆକଟା ପଞ୍ଚାୟତ ର ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ ଏବଂ ରଣିଆକଟା ପଞ୍ଚାୟତର କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ଅଶୋକ କୁମାର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ କାର୍ଯ୍ୟରେ ପ୍ରଭାବିତ ହୋଇ ବିଜେପି ପରିବାରରେ ସାମିଲ ହୋଇଥିବା ଜଣାଯାଇଛି । ଏହି ସମୟରେ ବିଜେପି ଯୁବ ନେତା ପ୍ରକାଶ କୁମାର ଡାଙ୍ଗ ଏବଂ ଜଳଧର ପ୍ରଧାନ ଉପସ୍ଥିତ ଥିଲେ ।