This browser does not support the video element.
ଜୟପୁର: ପୋଲିସ କୁ ଚକମା ଦେଇ ଫେରାର ଥିବା ଗଞ୍ଜେଇ ମାଫିଆ ଅଭିଯୁକ୍ତକୁ ବାରିଣୀପୁଟ ରୁ ଗିରଫ କଲା ଜୟପୁର ଟାଉନ ପୋଲିସ
Jeypore, Koraput | Sep 24, 2025
ଜୟପୁର ସଦର ଥାନା ବାରିଣୀପୁଟ ନିକଟରୁ ପୋଲିସ କୁ ଚକମା ଦେଇ ଫେରାର ଥିବା ଗଞ୍ଜେଇ ମାଫିଆ ଅଭିଯୁକ୍ତ କାର୍ତ୍ତିକ ଲାମା କୁ ଜୟପୁର ଟାଉନ ପୁଲିସ ଗିରଫ କରି ଆଜି ଅପରାହ୍ନ 4ଟାରେ କୋର୍ଟ ଚାଲାଣ କରିଛି। ଗତ ମେ ମାସ ୨୯ ତାରିଖରେ ଜୟପୁର ଟାଉନ ପୋଲିସ ରାତିରେ ୧୩ କୁଇଣ୍ଟାଲ ୧୮ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଏହି ମମଲାରେ ଟାଉନ ପୁଲିସ ୪ଜଣକୁ ଗିରଫ କରିଥିବା ବେଳେ ଆଜି କାର୍ତ୍ତିକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଆଜି ବାରିଣୀପୁଟ ଅଞ୍ଚଳରେ କାର୍ତ୍ତିକ ବୁଲୁଥିବା ସମୟରେ ଟାଉନ ପୋଲିସ ତାକୁ ଗିରଫ କରିଥିବା ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ସୂଚନା ଦେଇଛନ୍ତି।