This browser does not support the video element.
ଜି ଉଦୟଗିରି: କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାସିଙ୍ଗବାଡି ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ଦିନ ହେଲା ବିଏସଏନଏଲ ମୋବାଇଲ ସେବା ଅଚଳ, ଲୋକ ଙ୍କ ଧାରଣା
G Udayagiri, Kandhamal | Sep 2, 2025
କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାସିଙ୍ଗବାଡି ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ଦିନ ହେଲା ବିଏସଏନଏଲ ମୋବାଇଲ ସେବା ଅଚଳ ହୋଇପଡିଛି। ଏନେଇ ଅଞ୍ଚଳବାସୀ ବାରମ୍ବାର ବିଏସଏନଏଲ ବିଭାଗକୁ ଅବଗତ କରାଇଲେ ମଧ୍ଯ ଫଳ ଶୂନ। ଫଳରେ ଦାସିଙ୍ଗବାଡ଼ି ପଞ୍ଚାୟତବାସୀ ଏହି ସେବାରୁ ବଞ୍ଚିତ ହୋଇଥିଲେ ଏହାକୁ ନେଇ ଧୀରେ । ଧୀରେ ଅସନ୍ତୋଷର ଦାନା ବାନ୍ଧିଥିଲା।ଦାସିଙ୍ଗବାଡି ଅଞ୍ଚଳକୁ ବନ୍ଦ ଡାକରା ଦିଆଯିବା ସହ ଦାରିଙ୍ଗବାଡି -ଗଜପତିର ପାଣିଗଣ୍ଡା ରାସ୍ତାକୁ ଦାସିଙ୍ଗବାଡିର ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରିବା ସହ ସେଠାରେ ପାଲ ପକାଇ ଲୋକମାନେ ଧାରଣା ଦେଇଥିଲେ।