This browser does not support the video element.
ବରଗଡ: ଗ୍ରାମାଞ୍ଚଳ ଥାନାରେ ବେଳରେ ବାହାରିଲେ 20 ଜଣ ଚାଷୀ, ରାସ୍ତାରୋକ ଆନ୍ଦୋଳନ ପାଇଁ ଚାଷୀଙ୍କ ନାମରେ ହୋଇଥିଲା ମାମଲା ରୁଜୁ l
Bargarh, Bargarh (Baragarh) | Sep 4, 2025
ରାସ୍ତା ରୋକ ଆନ୍ଦୋଳନ ପାଇ ବରଗଡ଼ ଜିଲ୍ଲାର 20ଜଣ ଚାଷୀଙ୍କ ନାଁ ରେ ଗ୍ରାମାଞ୍ଚଳ ଥାନା କେଶ ଥିବା ବେଳେ ଚାଷୀ ମାନେ ଗୁରୁବାର ସନ୍ଧ୍ୟା 7 ଘଣ୍ଟା ସମୟରେ ବାହାରିଛନ୍ତି | ତ୍ରୁଟିପୂର୍ଣ୍ଣ ନୂତନ ଧାନ ପଞ୍ଜିକରଣ ଅବଧି ବୃଦ୍ଧି ଏବଂ ସ୍ୱ-ଘୋଷଣା ନାମା ରେ ଜମି ପଞ୍ଜିକୃତ କରିବା ପାଇଁ ବାରମ୍ବାର ଆନ୍ଦୋଳନ କଲା ପରେ ସମାଧାନ ନହେବାରୁ 14 ଅଗଷ୍ଟ ରେ କଳାପାଣି ଛକ ରେ ରାସ୍ତା ଅବରୋଧ ପାଇଁ ସଜବାଜ ହେଉଥିବା ବେଳେ 500 ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ପୋଲିସ ଗିରଫ କରି ରିଜର୍ଭ ପୋଲିସ ପଡିଆ ରେ ଅଟକ ରଖିଥିଲେ।