This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ଵର ସହରର ମହାନାଳ ସଫେଇ କାର୍ଯ୍ୟ ତଦାରଖ କଲେ ସଦର ବିଧାୟକ।
Baleshwar M, Balasore | Jun 2, 2025
ଆସନ୍ତା ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ବାଲେଶ୍ୱର ସହରର ମହାନାଳ ଓ ଏଥିସହ ସଂଲଗ୍ନ ନାଳ ଗୁଡିକରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି।ଏହି ଅବସରରେ ଆଜି ପୂର୍ବାହ୍ନ ୯ ଟାରେ ସଦର ବିଧାୟକ ମାନସ କୁମାର ଦତ୍ତ,ବାଲେଶ୍ୱର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ନିର୍ଲିପ୍ତା ମହାନ୍ତିଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ସୁଏଲପୁର ଓ ଚିଡ଼ିଆ ପୋଲ ସ୍ଥିତ ମହାନାଳ ସଫେଇ କାର୍ଯ୍ୟର ତଦାରଖ କରିଥିଲେ।ବର୍ଷା ଯୋଗୁଁ ସାଧାରଣ ଲୋକଙ୍କ ଯାତାୟାତ ସହ ସେମାନଙ୍କର ଜୀବନ ଜୀବିକା ଯେପରି ପ୍ରଭାବିତ ନହୁଏ ସେଦିଗରେ ବିଶେଷ ଦୃଷ୍ଟି ଦେବା ପାଇଁ ବିଧାୟକ ଶ୍ରୀ ଦତ୍ତ ଅଧିକାରୀଙ୍କୁ କହିଥିଲେ।