This browser does not support the video element.
ଖଲ୍ଲିକୋଟ୍: ବଡ଼ ଘାଟିରେ ବାରମ୍ବାର ଘଟୁଥିବା ଦୁର୍ଘଟଣା କୁ ନେଇ କରଣ ସାହି ଠାରେ ପ୍ରତିକ୍ରିୟା ରଖିଲେ ବୁଦ୍ଧିଜୀବୀ ଡଃ ଦ୍ବାରିକାନାଥ ମହାରଣା
Khalikote, Ganjam | Aug 23, 2025
୧୬ ନମ୍ବର ଜାତୀୟ ରାଜପଥର ଖଲ୍ଲିକୋଟ ବଡ଼ ଘାଟିରେ ବାରମ୍ବାର ଘଟୁଥିବା ଦୁର୍ଘଟଣା କୁ ନେଇ ଆଜି ସନ୍ଧ୍ୟା ୫ ଟା ସମୟରେ ଖଲ୍ଲିକୋଟ କରଣ ସାହି ଠାରେ ପ୍ରତିକ୍ରିୟା ରଖିଛନ୍ତି ବୁଦ୍ଧିଜୀବୀ ଡଃ ଦ୍ବାରିକାନାଥ ମହାରଣା । ଉକ୍ତ ଘାଟିରେ ଗତ ୫ ମାସ ମଧ୍ୟରେ ୧୦ ରୁ ଉର୍ଦ୍ଧ୍ବ ଦୁର୍ଘଟଣା ଘଟି ବହୁ ଧନ ଜୀବନ କ୍ଷତି ହେଲାଣି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି । ତେଣୁ ତୁରନ୍ତ ଜାତୀୟ ରାଜପଥ କତୃପକ୍ଷ ଧ୍ୟାନ ଦେଇ ସମସ୍ୟାର ସମାଧାନ କରିବା ପାଇଁ ବୁଦ୍ଧିଜୀବୀ ଡଃ ଦ୍ବାରିକାନାଥ ମହାରଣା ଦାବି କରିଛନ୍ତି ।