This browser does not support the video element.
ଗୋବିନ୍ଦପୁର: ତାଲଡିହି ଠାରେ ପ୍ରେମିକା କୁ ଭିଡିଓ କଲ ରେ ରଖି ଫାଶୀ ଲଗାଇ ଆତ୍ମହତ୍ୟା କଲେ ପ୍ରେମିକ
Govindpur, Sambalpur | Sep 3, 2025
ବାମରା ନିକଟ ତାଲଡିହି ଗ୍ରାମ ରେ ଜଣେ ଯୁବକ ଗତ ମଙ୍ଗଳବାର ରାତିରେ ନିଜ ପ୍ରେମିକା ଙ୍କୁ ଭିଡିଓ କଲ ରେ ରଖି ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବକ ଜଣକ ହେଲେ ତାଲଡିହି ଗ୍ରାମ ର ଫକିର ମାଝୀ, ନିଜ ପ୍ରେମିକା ଙ୍କୁ ସନ୍ଦେହ କରି ସେ ମାନସିକ ଚାପ ରେ ଥିବା ବେଳେ ଏହାକୁ ନେଇ ତାଙ୍କ ମଧ୍ୟରେ ଝଗଡ଼ା ହୋଇ ଆସୁଥିଲା। ବୁଧବାର ଦିନ ପୋଲିସ ତାଙ୍କ ଶବ ଉଦ୍ଧାର କରିବା ସହ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।