This browser does not support the video element.
ଦେବଗଡ: କାଉଁଶିବାହାଳ ଗ୍ରାମରେ ବିଷାକ୍ତ ଚିତି ସାପ ଦଂଶନରେ ମହିଳା ଗୁରୁତର
Debagarh, Debagarh (Deogarh) | Sep 10, 2025
ଦେବଗଡ ଜିଲ୍ଲା କାଉଁଶିବାହାଳ ଗ୍ରାମରେ ବିଷାକ୍ତ ଚିତି ସାପ ଦଂଶନରେ ଜଣେ ମହିଳା ଗୁରୁତର ହୋଇ ପଡିଥିବା ଜଣାପଡିଛି । ଗୁରୁତର ଥିବା ମହିଳା ସେହି ଗ୍ରାମର ରଘୁନାଥ ବେହେରାଙ୍କ ପତ୍ନୀ ସୁମିତ୍ରା ବେହେରା ବୋଲି ଜଣାପଡିଛି । ସୁମିତ୍ରା ଘରର କବାଟ ଖୋଲୁଥିବା ବେଳେ ତାଙ୍କୁ ଏକ ବିଷାକ୍ତ ଚିତି ସାପ ଦଂଶନ କରିଥିଲା । ପରିବାର ଲୋକ ଏହା ଜାଣିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ଆଣିଥିଲେ । ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଅପରାହ୍ନରେ ଭର୍ତି କରିଥିବା ବେଳେ ରାତି ୧୦ ଟା ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି ।