This browser does not support the video element.
ବୀରମିତ୍ରପୁର: ନୂଆଗାଁ ବ୍ଲକର ନୂଆଗାଁ ଗ୍ରାମପଞ୍ଚାୟତର ନୂଆଗାଁରୁ ଏକ ଦୋକାନରୁ ଉଦ୍ଧାର କରାଗଲା ନାଗସାପ।
Biramitrapur, Sundargarh | Sep 12, 2025
ନୂଆଗାଁ ବ୍ଲକର ନୂଆଗାଁ ଗ୍ରାମପଞ୍ଚାୟତର ନୂଆଗାଁରୁ ଏକ ଦୋକାନର ନାଗସାପ ଉଦ୍ଧାର କରାଯାଇଛି। ପ୍ରାପ୍ତି ସୂଚନାନୁସାରେ ନୂଆଗାଁ ଗ୍ରାମପଞ୍ଚାୟତର ନୂଆଗାଁର ମାର୍କେଟରେ ଅରବିନ୍ଦ ସାହୁଙ୍କର ହାର୍ଡୱେର୍ ଦୋକାନ ଅଛି। ଏହି ହାର୍ଡୱେର୍ ଦୋକାନର ସଟର ଭିତରେ ଗୋଟିଏ ସାପ ଥିବାର ନିକେଶ କେଶରୀ ଦେଖି ଥିଲା।ନୂଆଗାଁର ସ୍ନେକ୍ ବନ୍ଧୁ ସନ୍ତୋଷ ମହାପାତ୍ରଙ୍କୁ ଖବର ଦିଆଯାଇଥିଲା।ଖବର ପାଇ ସ୍ନେକ୍ ବନ୍ଧୁ ସନ୍ତୋଷ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଧରିଥିଲେ।