Download Now Banner

This browser does not support the video element.

ଓରିଏଣ୍ଟ: ବ୍ରଜରାଜନଗର ରାମପୁର ଉପରବଙ୍ଗଳା ଠାରେ ଧୁମାଧାମରେ ଗଣେଷ ପୂଜା ଅନୁଷ୍ଠିତ, ଶ୍ରୀ ଗଣେଷଙ୍କ ଦର୍ଶନ ପାଇ ଭକ୍ତଙ୍କ ଭିଡ଼

Orient, Jharsuguda | Aug 27, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ରାମପୁର ଉପରବଙ୍ଗଳା ଠାରେ ଆଜି ଧୁମାଧାମରେ ଗଣେଷ ପୂଜା ଅନୁଷ୍ଠିତ ହୋଇଯାଇଛି। ତେବେ ରାମପୁର ଉପରବଙ୍ଗଳା ପୂଜା କମିଟି ପକ୍ଷରୁ ଏକ ସୁଉଚ୍ଚ ତୋରଣ ମଣ୍ଡପରେ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଆଜି ସନ୍ଧ୍ୟା ସାତଟା ସମୟରେ ଅଞ୍ଚଳର ଅନେକ ଭକ୍ତ ଶ୍ରୀ ଗଣେଷଙ୍କ ଦର୍ଶନ କରିଥିଲେ। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆୟୋଜକଙ୍କ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଆସନ୍ତାକାଲି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ହୋଇଥିବା ବେଳେ ଆହୁରି ଭକ୍ତଙ୍କ ଭିଡ଼ ହେବା ନେଇ କମିଟି ପକ୍ଷରୁ ଆଶା କରାଯାଇଛି।
Read More News
T & CPrivacy PolicyContact Us