Download Now Banner

This browser does not support the video element.

କବିସୂର୍ଯ୍ୟନଗର: କନ୍ୟାରିବାଡି ଗ୍ରାମରେ ସାପ କାମୁଡ଼ାରେ ଜଣେ ମୃତ

Kabisuryanagar, Ganjam | Sep 25, 2025
ବେଗୁନିଆପଡା ଥାନା ଅନ୍ତର୍ଗତ କନ୍ୟାରିବାଡି ଗ୍ରାମରେ ସାପ କାମୁଡିଵା ଫଳରେ ଜଣେ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ କାଶୀନାଥ ସାହୁଙ୍କ ପୁଅ ବାହାନ ସାହୁ । ଗୁରୁବାର ଦିନ କୌଣସି କାମରେ ବିଲକୁ ଯାଇଥିଲେ । ସେଠାରେ ତାଙ୍କୁ ସାପ କାମୁଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ସୁମଣ୍ଡଳ ମେଡିକାଲକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ପହଂଚି ତାଙ୍କୁ ବ୍ୟବଛେଦ ପାଇଁ ପଠାଇଥିଲେ। ଶୁକ୍ରବାର ଦିନ ବ୍ୟବଚ୍ଛେଦ ପରେ ମୃତ ଶରୀର ଗାଁ ରେ ପହଂଚିଛି।
Read More News
T & CPrivacy PolicyContact Us