This browser does not support the video element.
କବିସୂର୍ଯ୍ୟନଗର: ବେଗୁନିଆପଡା ବଜାର ନିକଟରୁ ଟ୍ରିପଲ ରାଇଡିଙ୍ଗ ଯୋଗୁଁ ଜଣେ ଚାଳକକୁ ଅଟକ ସହ ବାଇକ କୁ ଜବତ କଲା ବେଗୁନିଆପଡା ପୋଲିସ
Kabisuryanagar, Ganjam | Sep 24, 2025
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ପୋଲିସ ବେଗୁନିଆପଡା ବଜାର ନିକଟରୁ ଟ୍ରିପଲ ରାଇଡିଙ୍ଗ ଯୋଗୁଁ ଜଣେ ଚାଳକଙ୍କୁ ଅଟକ ସହ ବାଇକକୁ ଜବତ କରିଛି । ବାଇକ ଚାଳକ ହେଲେ କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଗ୍ରାମର ଫକୀର ସାହୁ ଙ୍କ ପୁଅ ଭାବଗ୍ରାହୀ ସାହୁ । ପୋଲିସ ଯାଞ୍ଚ ସମୟରେ ଧରାପଡ଼ି ଥିଲେ । ଭାବଗ୍ରାହୀ ଙ୍କୁ ଅଟକ ସହ ବାଇକ ନମ୍ବର OD 02 AR 5921କୁ ଜବତ କରି ଥିବା ବୁଧବାର ସନ୍ଧ୍ୟା 6.30 ମିନଟ ସମୟରେ ପୋଲିସ ପକ୍ଷରୁ ସୂଚନା ମିଳିଛି ।