Download Now Banner

This browser does not support the video element.

ଗୋବିନ୍ଦପୁର: ଜାମମାଲ ଠାରେ ପାଣିରେ ବୁଡ଼ି ଯାଇ ଜଣେ ଶିଶୁକନ୍ୟା ଙ୍କ ମୃତ

Govindpur, Sambalpur | Sep 12, 2025
ବାମରା ନିକଟ ଜାମମାଲ ଠାରେ ପାଣି ରେ ବୁଡ଼ି ଜଣେ ଶିଶୁକନ୍ୟା ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଜାମମାଲ ଗ୍ରାମର ଗୌତମ ମାଝୀଙ୍କ ୭ ବର୍ଷ ର ଶିଶୁ କନ୍ୟା ଶ୍ରାବଣୀ ଶୁକ୍ରବାର ସନ୍ଧ୍ୟାରେ ନିଜ ଘର ପାଖ ରେ ଖେଳୁଥିବା ବେଳେ ସେଠାରେ ଏକ ବଡ଼ ଗାତରେ ରହିଥିବା ଗଭୀର ପାଣିରେ ବୁଡ଼ି ଯାଇଥିଲେ। ପରେ ଏହା ଜାଣି ତାଙ୍କ ପରିବାର ଲୋକ ରାତି ପ୍ରାୟ ୧୦ ଟା ସମୟରେ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶିଶୁ କନ୍ୟାଙ୍କ ମୃତ୍ୟୁ ଖବର କୁ ନେଇ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି।
Read More News
T & CPrivacy PolicyContact Us