Download Now Banner

This browser does not support the video element.

ନୂଆପଡା: ଜିଲ୍ଲାରେ ସାତ ଦିନ ବ୍ୟାପୀ "ବିକାଶ ମେଳା" ର ଆଜି ହେଲା ପରିସମାପ୍ତି

Nuapada, Nuapada | Jun 18, 2025
ଅନ୍ତିମ ଦିନରେ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ହସ୍ତଶିଳ୍ପ ବିଭାଗ ସେମାନଙ୍କ କର୍ମଶାଳା ଆୟୋଜନ କରିଥିଲେ ନିଜ ନିଜ ବିଭାଗର ଜନକଲ୍ୟାଣକାରୀ ଯୋଜନା ସମ୍ଵନ୍ଧରେ ଜନ ସାଧାରଣଙ୍କୁ ସୂଚନା ପ୍ରଦାନ କରିବା ସହିତ ସଫଳତାର କାହାଣୀ ପ୍ରଦର୍ଶନ କରିଥିଲେ l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତା ଅଧ୍ୟକ୍ଷତା କରିଥିଲେ l ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ବ୍ଲକ କଳା ସଂସ୍କୃତି ସଂଘ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l
Read More News
T & CPrivacy PolicyContact Us