This browser does not support the video element.
ଦେବଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ସଡ଼କ ସୁରକ୍ଷା କମିଟୀ ବୈଠକ, ବସଷ୍ଟାଣ୍ଡ ସ୍ଥାନାନ୍ତରଣ ପାଇଁ ଆଲୋଚନା
Debagarh, Debagarh (Deogarh) | Aug 30, 2025
ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଦିନ 2 ପର୍ଯ୍ୟନ୍ତ ଜିଲ୍ଲା ସଡକ ସୁରକ୍ଷା କମିଟୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକଙ୍କ ଆବାହକତ୍ବ ଏବଂ ଦେବଗଡ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଦୁର୍ଘଟଣା ଏଡାଇବା ନିମନ୍ତେ ବେଆଇନ ମେଡିଆନ କ୍ରସିଂକୁ ବନ୍ଦ କରାଯିବା, ବ୍ୟବସାୟିକ ସ୍ୱାର୍ଥ ସାଧନ ନିମନ୍ତେ ବେଆଇନ ମେଡିଆନ କଟିଂ କରୁଥିବା ପେଟ୍ରୋଲ ପମ୍ପ, ଢାବା ହୋଟେଲ ଓ ମଦଭାଟି ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ବସଷ୍ଟାଣ୍ଡ ସ୍ଥାନାନ୍ତରଣ ବିଷୟରେ ଆବଶ୍ୟକ ଆଲୋଚନା କରାଯାଇଥିଲା ।