This browser does not support the video element.
କୋଟପାଡ: ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
Kotpad, Koraput | Aug 22, 2025
ବୈପାରୀଗୁଡା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢ଼ୀଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ଶିବିରରେ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟନ୍ୟ ଅତିଥି ମଧ୍ୟରୁ ବ୍ଲକ ଉପାଧକ୍ଷା ପୂର୍ଣ୍ଣିମା ବାରିକ, ବିଡ଼ିଓ ଶକ୍ତି ମହାପତ୍ର, କୋଟପାଡ଼ ବିଧାୟକ ପ୍ରତିନିଧି ଚିଏଚ ପ୍ରଭାକର ରାଓ, ସରପଞ୍ଚ ସୂର୍ଯ୍ୟମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ l