Download Now Banner

This browser does not support the video element.

ବଲାଙ୍ଗୀର: ବୁର୍ଡା ଛକ ନିକଟରେ ଦୁର୍ଘଟନା, ଜଣେ ମହିଳା ଗୁରୁତର ମେଡିକାଲରେ ଭର୍ତ୍ତି

Balangir, Balangir | Jun 1, 2025
ବୁର୍ଡା ଛକ ନିକଟରେ ଦୁର୍ଘଟନା, ଜଣେ ମହିଳା ଗୁରୁତର ମେଡିକାଲରେ ଭର୍ତ୍ତି ବୁର୍ଡା ଛକ ନିକଟରେ ଏକ ଦୁର୍ଘଟନା ଘଟିଛି । ରାସ୍ତା ପାର ହେବା ସମୟରେ ଜଣେ ମହିଳା ବାଇକ୍ ଧକ୍କାରେ ଗୁରୁତର ହୋଇଛନ୍ତି । ମହିଳାଙ୍କ ନାମ ବୀଣା ପାଣି ସାହୁ ବୋଲି ଜଣା ପଡ଼ିଛି, ଯିଏ ଲୁହୂରା ମୁଣ୍ଡା ଗ୍ରାମର ବସିନ୍ଦା । ଦୁର୍ଘଟନା ପରେ ତାଙ୍କୁ ତୁରନ୍ତ ଆଜି ଅପରାହ୍ନ ପ୍ରାୟ ୧୨ଟା ୧୫ମିନିଟ ସମୟରେ ଭୀମ ଭୋଇ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଅବସ୍ଥା ଗୁରୁତର ରହି ଥିବା ସୂଚନା ମିଳିଛି। ଏହି ଦୁର୍ଘଟନାରେ ବାଇକ୍ ଚାଳକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।
Read More News
T & CPrivacy PolicyContact Us