This browser does not support the video element.
ବଡଚଣା: ଅମିୟଝରୀ ଗ୍ରାମରୁ ଚୋରା ଦେଶୀ ମଦ ଜବତ, ଜଣେ ଗିରଫ
Badachana, Jajpur | Apr 3, 2024
ବୈରୀ ଥାନା ଅନ୍ତର୍ଗତ ପାରିଆ ପଞ୍ଚାୟତର ଅମିୟଝରୀ ଗ୍ରାମରୁ ଚୋରା ଦେଶୀ ମଦ ଜବତ କରିବା ସହିତ ଜଣେ ବେପାରୀକୁ ବୈରୀ ପୋଲିସ ଗିରଫ କରିଛି। ବୁଧବାର ଉକ୍ତ ଗ୍ରାମର ତୋଫାନ୍ ଦେହୁରୀ ମଦ ବିକ୍ରି କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବୈରୀ ଥାନା ଏଏସଆଇ ଅକ୍ଷୟ ବେହେରା ଓ କନଷ୍ଟେବଳ ଅଜୟ ଗିରି ତୋଫାନର ଘରେ ଚଢଉ କରିଥିଲେ। ଏହି ସମୟରେ ୮ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ମଦ ବେପାରୀ ତୋଫାନକୁ ଗିରଫ କରିଥିଲେ।