This browser does not support the video element.
ବଲାଙ୍ଗୀର: ହାଟପଦା ପଡା ଓ ବିଭୁତି ପଡା ମଧ୍ୟରେ ଥିବା ସର୍ବ ପୁରାତନ ସ୍ମଶାନର ଅବ୍ୟବସ୍ଥା ସ୍ଥାନୀୟଙ୍କ ଅସନ୍ତୋଷ#jansamasya
Balangir, Balangir | Sep 12, 2025
ବଲାଙ୍ଗୀର ସହରର ହାଟପଦା ପଡା ଓ ବିଭୁତି ପଡା ମଧ୍ୟରେ ଥିବା ସର୍ବ ପୁରାତନ ସ୍ମଶାନ ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡିରହିଛି।ରକ୍ଷଣାବେକ୍ଷଣା ଓ ପ୍ରାଥମିକ ସୁବିଧାର ଅଭାବରେ ଶବଦାହ ପାଇଁ ଆସୁଥିବା ପରିବାରଗୁଡ଼ିକ ଅସୁବିଧାରେ ପଡୁଛନ୍ତି ।ଆଜି ଅପରାହ୍ନ ୨ଟା ସମୟରେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସ୍ମଶାନ ଟି ପ୍ରାଚୀନ ସଂସ୍କୃତିକ ମାର୍ଗରେ ଗୁରୁତ୍ୱପୂର୍ଣ୍ଣ ହେବା ସତ୍ତ୍ୱେ, ସମ୍ବନ୍ଧିତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହାକୁ ନେଇ ସେମାନେ ଦୀର୍ଘଦିନ ଧରି ଅସନ୍ତୋଷ ପ୍ରକାଶ କରୁଛନ୍ତି ଏବଂ ଶୀଘ୍ର ପଦକ୍ଷେପ ନେବାକୁ ପ୍ରଶାସନଙ୍କୁ ଦାବି କରୁଛନ୍ତି ।