This browser does not support the video element.
ଛତ୍ରପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ବଡ଼ ସଫଳତା, ସିଲିକା ନାନୋଜେଲ ଇନଜେକ୍ଟର ଡିଭାଇସକୁ ମିଳିଲା ପେଟେଣ୍ଟ ମାନ୍ୟତା
Chhatrapur, Ganjam | Sep 6, 2025
ଉଦ୍ଭାବନ ଓ ଚିକିତ୍ସା କ୍ଷେତ୍ରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ବଡ ସଫଳତା । ଏଣିକି ଜଟିଳ ରୋଗ କ୍ଷେତ୍ରରେ ମଣିଷ ଶରୀରରେ ଆବଶ୍ୟକ ରହିଥିବା ପ୍ରକୃତ ସ୍ଥାନ ବା ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ଅଙ୍ଗ ନିକଟରେ ଅତି ସହଜରେ ପହଞ୍ଚିପାରିବ ଅତ୍ୟାବଶ୍ୟକିୟ ଔଷଧ । ଏଥିପାଇଁ ମାଧ୍ୟମ ସାଜିବ ସିଲିକା ନାନୋଜେଲ ଇନଜେକ୍ଟର ଡିଭାଇସ। ଏହି ଟାର୍ଗେଟେଡ୍ ଡ୍ରଗ୍ ଡେଲିଭରି ଡିଭାଇସକୁ ଭାରତ ସରକାର ପେଟେଣ୍ଟ ମାନ୍ୟତା ପ୍ରଦାନ କରିଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁଇ ବର୍ଷର ଗବେଷଣା ପରେ ମିଳିଛି ଏହି ସଫଳତା।ଯାହାକୁ ନେଇ ଶନିବାର ପୂର୍ବାହ୍ନରେ ଶୁଭେଚ୍ଛା ଜଣାଇଛନ୍ତି କୂଳପତି।