This browser does not support the video element.
ମାଲକାନଗିରି: ମାଥିଲି ହନୁମାନ ମନ୍ଦିରରେ ବିଜେପି ପକ୍ଷରୁ ନୂତନ ମଣ୍ଡଳ କମିଟିର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲା ସଭାପତି
Malkangiri, Malkangiri | Aug 31, 2025
ଆଜି ମାଲକାନଗିରି ଜିଲ୍ଲା ମାଥିଲି ହନୁମାନ ମନ୍ଦିରରେ ବିଜେପି ପକ୍ଷରୁ ନୂତନ ମାଥିଲି ମଣ୍ଡଳ କମିଟିର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା, ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ଜିଲ୍ଲା ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବତୀ, ଜିଲ୍ଲା ସମ୍ପାଦକ ନବଘନ ଲୋକେଇ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସଭାପତି ନୂତନ ମଣ୍ଡଳ ସଭାପତି ଭାବେ ନରସିଂହ ନାୟକଙ୍କ ନାମ ଘୋଷଣା କରିବା ସହ କମିଟିର ସମସ୍ତଙ୍କ ନାମ ଘୋଷଣା କରିବା ସହ ସମସ୍ତଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।