This browser does not support the video element.
ଝରିଗାଁ: *ସୁସ୍ଥ ହୋଇ ଘରକୁ ଫେରିଲେ ଝରିଗାଁ ବିଧାୟକ*
Jharigan, Nabarangpur | Jun 27, 2024
ଝରୀଗାଁ ନବ ନିର୍ବାଚିତ ବିଧାୟକ ନରସିଂହ ଭତରା ଗତ ୨୧ତାରିଖ ଦିନ ଭୁବନେଶ୍ୱର ଠାରେ ଆପେଣ୍ଡିକ୍ସ କାରଣରୁ ଅସୁସ୍ଥତା ଅନୁଭବ କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ | କିଛି ଦିନର ଚିକିତ୍ସା ପରେ ଆଜି ସଖାଳେ 8 ଘଣ୍ଟା ସମୟରେ ସୁସ୍ଥ ହୋଇ ନିଜ ଗାଁକୁ ଫେରିଛନ୍ତି। ସେ ସୁସ୍ଥ ହୋଇ ଘରକୁ ଫେରିଥିବା ଖବର ପାଇ ବିଧାୟକଙ୍କ ହିତାକାଂକ୍ଷୀମାନେ ମଧ୍ୟ ବିଧାୟକଙ୍କୁ ଦେଖାକରିବାକୁ ତାଙ୍କ ବାସ ଭବନରେ ଯାଇ ତାଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ପଚାରିବୁଝିଥିଲେ।