Download Now Banner

This browser does not support the video element.

ଦେବଗଡ: କଲା ଗ୍ରାମରେ ଗାଈ ଚରାଉଥିବା ବେଳେ ବଜ୍ରପାତରେ ସ୍ୱାମୀ ମୃତ, ଅଳ୍ପକେ ବର୍ତିଲେ ସ୍ତ୍ରୀ

Debagarh, Debagarh (Deogarh) | Sep 5, 2025
ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମରେ ଆଜି ସନ୍ଧ୍ୟାରେ ଗାଈ ଚରାଉଥିବା ବେଳେ ବଜ୍ରପାତ ଯୋଗୁଁ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି। ମୃତକ ସଇଡା ଗ୍ରାମର ବାଇଧର ମୁଣ୍ଡା (୫୦) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ବାଇଧର ତାଙ୍କ ସ୍ତ୍ରୀ ପ୍ରମିଳାଙ୍କ ସହିତ ମିଶି କଲା ଗ୍ରାମରେ ଗାଈ ଚରାଉଥିଲେ। ଉକ୍ତ ସମୟରେ ହଠାତ ବଜ୍ରପାତ ହୋଇଥିବା ବେଳେ ବାଇଧର ଅଚେତ ହୋଇ ତଳେ ପଡିଯାଇଥିଲେ। ତାଙ୍କ ସ୍ତ୍ରୀ ଏହା ଦେଖିବା ପରେ ସ୍ଥାନୀୟ ଲୋକଙ୍କୁ ସହାୟତାରେ ବାରକୋଟ ଡାକ୍ତରଖାନାକୁ ଆଣିଥିଲେ।
Read More News
T & CPrivacy PolicyContact Us