Download Now Banner

This browser does not support the video element.

ତରାଶିଙ୍ଗୀ: ମୁଜାଗଡ଼ରେ ବିପୁଳ ପରିମାଣର ମଦ ଜବତ ସହ ଜଣେ ଗିରଫ

Tarasingi, Ganjam | Oct 19, 2024
ଗତ କିଛି ମାସ ହେବ ଭଞ୍ଜନଗର ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବଢ଼ିବାରେ ଲାଗିଛି। ଅନେକ ସ୍ଥାନରେ ଖୋଲାଖୋଲି ଭାବେ ଚୋରା ମଦ କାରବାର ହେଉଛି। ଏହିଭଳି ପରିସ୍ଥିତିରେ ଗତକାଲି ରାତିରେ ଭଞ୍ଜନଗର ପୋଲିସ କୌଣସି ଏକ ସୂତ୍ରରୁ ଖବର ପାଇ ମୂଜାଗଡର ଏକ ମଦ ଆଡ୍ଡା ଉପରେ ଚଢାଉ କରିଥିଲା। ଏହି ସମୟରେ ପୋଲିସ ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୧୨୧ ଲିଟର ବିଦେଶୀ ମଦ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ତପନ ଗୌଡ। ଶନିବାର ଏକ ମାମଲା ରୁଜୁ କରି ଅରାହ୍ଣ 3ଟା ସମୟରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
Read More News
T & CPrivacy PolicyContact Us