This browser does not support the video element.
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ପବନ ଓ ବିଜୁଳି ବଜ୍ରପାତକୁ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱର୍ନିଙ୍ଗ ଜାରି
Jharsuguda, Jharsuguda | Sep 13, 2025
ଝାରସୁଗୁଡା ଜିଲ୍ଲାର କେତେକ ସ୍ଥାନରେ ପବନ ସହିତ ବିଜୁଳି ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ବିଜୁଳି ବଜ୍ରପାତକୁ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଝାରସୁଗୁଡା ଜିଲ୍ଲାପାଇଁ ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ରବିବାର ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଆଜି ଶନିବାର ଦିନ ସାଢ଼େ ବାରଟା ସମୟରେ ଜିଲ୍ଲାପାଇଁ ୟେଲୋ ୱର୍ନିଙ୍ଗ ଜାରି କରାଯାଇଛି। ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ଆକଳନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ।